ବଡ଼ ଖବର: ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ୱର,୨୦/୪: ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହିପରି ନିଷ୍ପତ୍ତି ନିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଆଜି ବିଧିବଦ୍ଧ ଘୋଷଣା କରିବେ ସରକାର । ପୂର୍ବରୁ ଖରା ବଢୁଥିବାରୁ ୨ଦିନ ପାଇଁ ଛୁଟି ଘୋଷଣା ହୋଇଥିଲା ।