ଅଧିକ ଜନବହୁଳ ଦେଶ ତାଲିକାରେ ପ୍ରଥମରେ ରହିଛି ଭାରତ!

ନୂଆଦିଲ୍ଲୀ,୧୯/୪: ଚୀନକୁ ପଛରେ ପକାଇଲା ଭାରତ । ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍‌ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ପ୍ରଥମରେ ଥିବା ସୂଚନା ମିଳିଛି। ଅର୍ଥାତ ଏବେ ଭାରତ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର। ଦ୍ୱିତୀୟ ତାଲିକାରେ ରହିଛି ଚୀନ । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଭିନ୍ନ ଦେଶର ଜନସଂଖ୍ୟା ଗଣନା କରାଯାଇ ଏପରି ରିପୋର୍ଟ ପ୍ରକାଶ ପାଇଛି।

ଗ୍ଲୋବାଲ ଏକ୍ସପର୍ଟ୍ସ ନାମକ ସଂସ୍ଥା  କରିଥିବା ଅନୁମାନ ଉପରେ ସଂଯୁକ୍ତ ରାଷ୍ଟ୍ର ଏବେ ମୋହର ମାରିଛି। ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶିତ ରିପୋର୍ଟରେ ଭାରତ ଚୀନ୍‌ଠୁ ୨୯ ଲକ୍ଷ ଆଗରେ ରହିଛି।

ୟୁନାଇଟେଡ ନ୍ୟାସନାଲ ପପୁଲେଶନ ଫଣ୍ଡ  ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଅଟେ। ଅପରପକ୍ଷେ, ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଅଟେ। ଏପରି କ୍ଷେତ୍ରରେ ୨ ଦେଶର ଜନସଂଖ୍ୟାରେ ୨୯ ଲକ୍ଷ ପାର୍ଥକ୍ୟ ରହିଛି।