ବନ୍ଦଘର ଭିତରୁ ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୮/୪: ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଅଧୀନ ଆଖିପୁଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ବନ୍ଦଘର ଭିତରୁ  ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି। ଏହି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ଟଙ୍କଧର ସାହୁ ଓ ତାଙ୍କର ୨ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ।  ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତିନି ଜଣଙ୍କର ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ପାରିପାଶ୍ବିକ ସ୍ଥିତିରୁ ଯାହା ଜଣାପଡ଼ୁଛି, ଏହା ହତ୍ୟାକାଣ୍ଡ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।