ଦେଶରେ ଗତ ୨୪ ଘଣ୍ଟାରେ ୭,୬୩୩ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୮/୪: ଦେଶରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୭,୬୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଏହାକୁ ମିିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୨୩୩କୁ ବୃଦ୍ଧି ପାଇଛି। ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୫,୩୧, ୧୫୨କୁ ବୃଦ୍ଧି ପାଇଛି। ତେବେ ଦେଶରେ ସୁସ୍ଥ ହୋଇଛନ୍ତି ଏବେ ସୁଦ୍ଧା ୯୮.୬୮ ପ୍ରତିଶତ। ଏବେ ସୁଦ୍ଧା ୨୨୦.୬୬ କରୋନା ଟିକା ଦିଆ ସରିଲାଣି।