ପରୀକ୍ଷା ବେଳେ ଛାତ୍ରଙ୍କ ଉପରେ ଗଳିପଡ଼ିଲା ଫ୍ୟାନ୍, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର,୧୮/୪: କଟକ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ ଘଟିଛି । ପରୀକ୍ଷା ଦେଉଥିବା ୨ ଛାତ୍ରଙ୍କ ଉପରେ ଫ୍ୟାନ୍ ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫ୍ୟାନ ଛିଡ଼ି ପଡ଼ିବାରୁ ଉଭୟେ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ରଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି ।ଉଭୟଙ୍କୁ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଦୁଇ ଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ବୋଲି ଜଣାପଡ଼ିଛି ।