ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ ଜଗଦୀଶ ସେଟ୍ଟାର

ନୂଆଦିଲ୍ଲୀ,୧୭/୪: କର୍ଣ୍ଣାଟକରେ ବିଜେପିକୁ ବଡ ଝଟକା ।   ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର  କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ବେଙ୍ଗାଲୁରୁର ଦଳୀୟ କାର୍ଯ୍ୟାଳୟକୁ ଆସି ସେଟ୍ଟାର୍‌ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।

କଂଗ୍ରେସରେ ଯୋଗ ଦେବା ପରେ ସେଟ୍ଟାର୍‌ କହିଛନ୍ତି ଯେ କର୍ଣ୍ଣାଟକ ବିଜେପି ତିଆରି କଲି କିନ୍ତୁ ଦୁର୍ବ୍ୟବହାର ପାଇଲି। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇ ‘ବିଜେପି’କୁ ଗୌରବାନ୍ୱିତ କରିଛି ଏବଂ ରହିଥିବା ପ୍ରତ୍ୟେକ ପଦବୀରେ ଭଲ କାର୍ଯ୍ୟ ମଧ୍ୟ କରିଛି। କିନ୍ତୁ, ଆଉ ମୋର ଆତ୍ମସମ୍ମାନକୁ ଆଘାତ ଦେଇ ପାରିବି ନାହିଁ’ ।ଅତି ମନ କଷ୍ଟରେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଜଗଦୀଶ ସେଟ୍ଟାର ।