ଶ୍ରୀଜୀଉଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର,୧୭/୪: ଆଜି ବୈଶାଖ –କୃଷ୍ଣ ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବ। ଆଜି ମହାପ୍ରଭୁଙ୍କର ପଇତା ଲାଗି ନୀତି କରାଯିବ । ଏନେଇ ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ  ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜିଉଙ୍କ ଚନ୍ଦନର ସୁରକ୍ଷା ପାଇଁ ପଇତା ଲାଗି କରାଯାଏ । ଏହା ଗୁପ୍ତ ନୀତି ଯୋଗୁଁ ଦର୍ଶନ ବନ୍ଦ କରାଯାଇ ନୀତି କରାଯାଉଛି । ସେହିଭଳି ପଇତା ଲାଗି ନୀତି ପରେ ଠାକୁରଙ୍କ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ବ୍ୟବସ୍ଥା ଜାରି ରହିବ ।