ଆଜିଠୁ ପୁଣିଥରେ ଖୋଲିଲା ସ୍କୁଲ

ଭୁବନେଶ୍ୱର,୧୭/୪: ଆଜିଠୁ ପୁଣିଥରେ ଖୋଲିଲା ସ୍କୁଲ ଓ ଅଙ୍ଗନୱାଡି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ ତାରିଖ ଯାଏଁ ବନ୍ଦ ରହିଥିଲା ସ୍କୁଲ ଓ ଅଙ୍ଗନୱାଡି । ତେବେ ଆଜିଠାରୁ ପୁଣି ସ୍ୱାଭାବିକ ହୋଇଛି ସ୍କୁଲ ଓ ଅଙ୍ଗନୱାଡି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରଙ୍କ ପାଠପଢ଼ା ସକାଳ ସାଢ଼େ ୬ଟାରୁ ୧୧ଟା ଯାଏଁ ଚାଲିବ ।

ସେପଟେ ଅଙ୍ଗନୱାଡି କେନ୍ଦ୍ରରେ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଏପରିକି ଆବଶ୍ୟକ ପଡ଼ିଲେ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ମଧ୍ୟ ଘୋଷଣା କରିବେ । ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।