ଜାଲ ସାର୍ଟିଫିକେଟ, ଧରାପଡିଥିବା ୧୨ ଜଣ ଶିକ୍ଷକମାନଙ୍କ ମଧ୍ୟରୁ ୭ ଜଣ ବହିଷ୍କୃତ

ଭୁବନେଶ୍ୱର,୧୬/୪: ସାରା ରାଜ୍ୟରେ ଏବେ ଜାଲ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଧରାପଡିଥିବା ଲୋକଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ଏଥିରୁ ରାୟଗଡା ଜିଲ୍ଲା ମଧ୍ୟ ବାଦ ପଡି ନାହିଁ। ପ୍ରଥମେ ଡାକ ବିଭାଗରେ ଫେକ ସାର୍ଟିଫିକେଟ ଦେଇ ଚାକିରି କରିବା ପାଇଁ ବହୁ ପିଲା ଆବେଦନ କରି ଏବେ ଫଶିଥିବା ବେଳେ ଶିକ୍ଷା ବିଭାଗରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଚାକିରି କରି ଫସିଲେ। ତେବେ ଶିକ୍ଷା ବିଭାଗରେ ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ରାୟଗଡା ଜିଲ୍ଲାରେ ଧରାପଡିଥିବା ୧୨ ଜଣ ଶିକ୍ଷକମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବହିଷ୍କୃତ କରାଯାଇଥିବା ଜଣାପଡିଛି।