କମିବ ତାତି, ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି

ଭୁବନେଶ୍ୱର,୧୬/୦୪: ରାଜ୍ୟରେ ପ୍ରଚଣ୍ଡ ଖରା ଓ ଅସହାୟ ଗରମ ଯୋଗୁ ଲୋକେ ଆଉଟପାଉଟ ହେଉଛନ୍ତି। ଏହି ଅସହ୍ୟ ଗୁଳୁଗୁଳି ଓ ତାତି ଭିତରେ ଆଶ୍ୱସ୍ତିକର ଖବର ଆସିଛି। ଆଜିଠୁ କମିବ ତାତି । ଆଜିଠୁ ସାରା ରାଜ୍ୟରେ ବର୍ଷା ହେବ । ୧୨ଟି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ରହିଛି । କାଳବୈଶାଖୀ ପ୍ରଭାବରେ ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ଓଡିଶା ସବୁଠି ବର୍ଷା ହେବ ।

ୟେଲୋ ୱାଣ୍ଣିଂ ଜାରି ହୋଇଥିବା ସ୍ଥାନ ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି. ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ରହିଛି । ଆଜିଠୁ ୧୯ ତାରିଖ ଯାଏ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।