ବ୍ରିଜ୍ ତଳକୁ ଖସିଲା ଟ୍ରାକ୍ଟର, ୬ମୃତ

ନୂଆଦିଲ୍ଲୀ,୧୫/୪: ଉତ୍ତରପ୍ରଦେଶର ଶାହଜାହାନପୁରରେ ଘଟିଛି  ଅଭାବନୀୟ ଘଟଣା। ବ୍ରିଜ୍ ତଳକୁ ଏକ ଟ୍ରାକ୍ଟର ଖସିପଡିଛି। ଏହି ଦୁର୍ଘଟଣ‌ାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସହ ୧୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ବିଷୟରେ ଜାଣି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ତିଲହରର ବିରିସିଂହପୁର ଗାଁରେ ଥିବା ଗରା ନଦୀ ବ୍ରିଜ ଉପରେ ଟ୍ରାକ୍ଟର ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ନଦୀକୁ ଖସିପଡ଼ିଥିଲା। ପାଣି ନଥିବା ସ୍ଥାନରେ ଟ୍ରାକ୍ଟରଟି ପଡ଼ିବାରୁ ସେଥିରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିଲା।