ବିହାରରେ ବିଷାକ୍ତ ମଦ ପିଇ ୮ ମୃତ

ନୂଆଦିଲ୍ଲୀ,୧୫/୪: ବିହାରରେ ନକଲି ମଦ କାରବାର ନା ଥମିବାର ନାଁ ନେଉଛି ନା ବିଷାକ୍ତ ମଦମୃତ୍ୟୁ କମୁଛି। କିଛିଦିନର ନିରବତା ପରେ ପୁଣି ବିହାରବାସୀ ନକଲି କିମ୍ବା ବିଷାକ୍ତ ମଦପିଇ ମୃତ୍ୟୁବରଣ କରିଛନ୍ତି । ସୂଚନା ମୂୁତାବକ ବିହାରର ମୋତିହାରୀ ଠାରେ ବିଷାକ୍ତ ମଦପିଇ ୮ଜଣଙ୍କର ମୃତ୍ୟୁ ହୋଇଛି । ମୋତିହାରୀର ଲକ୍ଷ୍ମୀପୁର, ପହାଡପୁର, ହରସିଦ୍ଧ ଅଞ୍ଚଳରେ ବିଷାକ୍ତ ମଦପିଇ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୫ରୁ ଅଧିକ ଲୋକଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି ।