ଜୁଲାଇ ପହିଲାରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୫/୪: ଜୁଲାଇ ପହିଲାରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ତଥା ୬୨ଦିନ ଧରି ଚାଲିବ ଯାତ୍ରା । ଏଥିପାଇଁ ଏପ୍ରିଲ ୧୭ରେ ଆରମ୍ଭ ହେବ ପଂଜୀକରଣ । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଏହି ପଂଜୀକରଣ କରିହେବ । ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଓ ସୁବିଧାରେ ଅମରନାଥ ଯାତ୍ରା କରିପାରିବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କଶ୍ମୀରଘାଟିର ଅନନ୍ତନାଗ ଜିଲ୍ଲାରେ ଥିବା ଅମରନାଥ ଗୁମ୍ପାରେ ବାବା ଅମରନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଶ୍ରଦ୍ଧାଳୁଙ୍କ ରହିବା ଓ ଖାଇବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ।