ରାଜ୍ୟରେ ଆଜି କୋଭିଡରେ ଆଉ ଜଣକର ମୃତ୍ୟୁ

ଭୁବନେଶ୍ୱର,୧୪/୪: ରାଜ୍ୟରେ ଆଜି କୋଭିଡରେ ଆଉ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ହେଉଛନ୍ତି ଝାରସୁଗୁଡାର ଜଣେ ମହିଳା । ତାଙ୍କୁ ୬୫ ବର୍ଷ ହେଉଥିଲା । କୋଭିଡ ସହିତ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟରେ ୨୫୮ ପଟିଜିଭି ଚିହ୍ନଟ ହୋଇଛନ୍ତି । ଏହି ସମୟ ଭିତରେ ୬ ହଜାରରୁ ଅଧିକ ସାମ୍ପୁଲ ପରୀକ୍ଷା କରାଯାଇଥିଲା । ରାଜ୍ୟରେ ଏବେ ଆକଟିଭ୍‌ କେସ୍ ୧ ହଜାର ୧୮୬ ରହିଛି । ଏହି ସମୟ ଭିତରେ ୧୭୩ ଜଣ ସୁସ୍ଥ ହୋଇଛନ୍ତି ।