୭୫ ବର୍ଷରେ ପାଦ ରଖିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର, ୧୩/୪: ୧୯୪୮ ଆଜିର ଦିନରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଭୁବନେଶ୍ୱରଠାରେ ଓଡ଼ିଶାର ନୂଆ ରାଜଧାନୀର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହାରି ଭିତରେ ୭୫ ବର୍ଷ ବିତିଯାଇଛି । ନୂଆ-ପୁରୁଣା ଭୁବନେଶ୍ୱର ଭିତରେ ସଂପ୍ରସାରଣ ହୋଇଚାଲିଛି ରାଜ୍ୟର ରାଜଧାନୀ । ଦେଶର ୧ ନମ୍ବର ସ୍ମାର୍ଟ ସିଟି । ସେଦିନର ଭୁବନେଶ୍ୱର, ଆଜିର ଭୁବନେଶ୍ୱର ଭିତରେ ବହୁ ପରିବର୍ତ୍ତନ ବାରି ହେଇଯାଉଛି । ଜୀବନର ରଙ୍ଗ ସହ ବଦଳିଛି ଭୁବନେଶ୍ୱର । ଦିନ ଗଡ଼ିବା ସହ ରାଜଧାନୀର ଆକର୍ଷଣ ବଢ଼ିଛି । ଅନେକ ସମସ୍ୟା ରହିଛି, ଡ୍ରେନେଜ ଠାରୁ ଆରମ୍ଭ କରି କଂକ୍ରିଟର ଗଦା ଭିତରେ ଜୀବନ ରୁନ୍ଧି ହୋଇଯାଇଛି, କିନ୍ତୁ ସବୁ ସମସ୍ୟା ଭିତରେ ବି ବାରି ହୋଇ ପଡ଼ିଥାଏ ଭୁବନେଶ୍ୱରର ମହକ ।