ବାହାର ରାଜ୍ୟ ଲୋକଙ୍କୁ ଘରଭଡ଼ା ନେଇ ମାଲିକଙ୍କୁ ଚେତାବନୀ ଦେଲା କମିଶନରେଟ ପୋଲିସ

ଭୁବନେଶ୍ୱର, ୪/୧: ବାହାର ରାଜ୍ୟ ଲୋକଙ୍କୁ ଘରଭଡ଼ା ନେଇ ମାଲିକଙ୍କୁ ଚେତାବନୀ ଦେଇଛି କମିଶନରେଟ ପୋଲିସ । ଉପଯୁକ୍ତ ତଥ୍ୟ, ପ୍ରମାଣ ରଖି ଘରଭଡ଼ା ଦେବା ପାଇଁ ଘର ମାଲିକଙ୍କୁ କୁହାଯାଇଛି । ବାହାର ରାଜ୍ୟ ଲୋକ ରାଜଧାନୀରେ ଘରଭଡ଼ା ନେଇ ଅପରାଧ କରୁଛନ୍ତି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ସଂଗଠିତ ଅପରାଧ କରି ନିଜ ରାଜ୍ୟକୁ ପଳାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ପୋଲିସକୁ ଡକ୍ୟୁମେଣ୍ଟ ପୈଠ ନେଇ ମଧ୍ୟ ଡିସିପି ଗୁରୁତ୍ବ ଦେଇଛନ୍ତି।