କମିବ କାଳବୈଶାଖୀର ପ୍ରକୋପ: ବଢିବ ତାତି, ସିଝିବି ଓଡିଶା

ଭୁବନେଶ୍ୱର,୯/୪: ରାଜ୍ୟରେ କାଳବୈଶାଖୀର ପ୍ରକୋପ ଧୀରେ ଧୀରେ କମିବ। ଦିନକ ପରେ ରାଜ୍ୟରେ ଝାଞ୍ଜି ଖରା ସହ ତାତି ବଢ଼ିବାରେ ଲାଗିବ। ଏହାସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର। ସୂଚନାଯୋଗ୍ୟ ଯେ କିଛି ଦିନ ହେବ ମଧ୍ୟାହ୍ନରେ ପ୍ରବଳ ତାତି ଅନୁଭୁତ ହେଉଥିଲେ ମଧ୍ୟ ଅପରାହ୍ନରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଥିଲା । ଏଭଳି ପାଗ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଅନ୍ୟପଟେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି ।