ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର,୯/୪: ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ମୁତାବକ, ଆସନ୍ତାକାଲି ଠାରୁ ପ୍ରଥମ ପର୍ୟ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏଁ ଚାଲିବ । ଏହାପରେ ଦ୍ଵିତୀୟ ପର୍ୟ୍ୟାୟ ଖାତାଦେଖା ମେ ୭ ପର୍ୟ୍ୟନ୍ତ ଚାଲିବ । ତେବେ ମେ ୭ ରେ ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ହେବ । ଏହାପରେ ଯାଇ ମେ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ ।