ଭାରତ-ଚୀନ ସୀମା ଆକାଶରେ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮/୪: ବାୟୁସେନା ପୋଷାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମର ତେଜପୁର ବାୟୁସେନା ଘାଟିରୁ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ନାଗରିକ ।  ୩ ଦିନିଆ ଆସମ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ- ୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡିଛନ୍ତି । ବାୟୁସେନାର ଗ୍ରୁପ କ୍ୟାପଟେନ୍ ନବୀନ କୁମାର ତିୱାରୀ ତାଙ୍କୁ ସୁଖୋଇ ଯୁଦ୍ଧ ବିମାନରେ ବସାଇ ଭାରତ-ଚୀନ ସୀମା ଆକାଶରେ ଉଡାଇଛନ୍ତି ।