ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ରହିବ ଆର୍ଟିଫିସିଆଲ ଇଂଟିଲିଜେନ୍ସ

ନୂଆଦିଲ୍ଲୀ,୮/୪: ଆଜିକା ଦିନରେ ଗୁଗୁଲ ସର୍ଚ୍ଚ ଇଞ୍ଜିନ ଅଧିକ ମାତ୍ରାରେ ବ୍ୟବହାର ହେଉଛି। କୌଣସି ତଥ୍ୟ ଜାଣିବାକୁ ହେଲେ ଲୋକମାନେ କିଛି ନଭାବି ପ୍ରଥମେ ଏହାର ବ୍ୟବହାର କରୁଛନ୍ତି । ଏହାରିମଧ୍ୟରେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇ ଖଞ୍ଜା ହେବ ବୋଲି ସୂଚନା ମିଳିଛି ।ଚାଟ୍ ଜିପିଟି ଭଳି ଗୁଗୁଲରେ ମଧ୍ୟ ବ୍ୟବହାରକରୀ ସର୍ଚ୍ଚ କରି ଆବଶ୍ୟକୀୟ ତଥ୍ୟ ପାଇପାରିବେ । ଏଆଇ ଟେକ୍ନୋଲୋଜିର ବିନିଯୋଗ କରି ଆରମ୍ଭ ହୋଇଥିବା ଚାଟ୍ ଜିପିଟିର ବହୁଳ ବ୍ୟବହାର ଦେଖି ଗୁଗୁଲ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । ଗୁଗୁଲ ଲାର୍ଜ ଲାଙ୍ଗୁଏଜ ମଡେଲ(ଏଲଏଲଏମ) ବ୍ୟବହାର କରିବ । ଯେଉଁଥିରେ ଆଟିଫିସିଆଲ ଇଂଟିଲିଜେନ୍ସ ଭଳି ଫିଚର ରହିବ ।