ପୁଣି ଫେରିଲା ଚଢେଇ, ଟ୍ୱିଟରର ବଦଳିଲା ଲୋଗୋ

ଭୁବନେଶ୍ୱର,୭/୪: ଟୁଇଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବା ପରେ କିଛି ନ କିଛି ଟ୍ୱିଟରରେ ପରିବର୍ତ୍ତନ ହେଉଛି। କିନ୍ତୁ ଏହାରିମଧ୍ୟରେ କିଛିଦିନ ତଳେ ଟ୍ୱିଟର ଲୋଗୋକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଯେତେବେଳେ ଟ୍ୱିଟରର ମାଲିକ ଏଲନ୍ ମସ୍କ ପୁରୁଣା ଲୋଗୋ ଚଢେଇକୁ ବଦଳାଇ ତା ସ୍ଥାନରେ ଏକ କୁକୁରର ଫଟୋ ରଖିଥିଲେ । ଏହା ପୂର୍ବରୁ ବି ସେ ନିଜର ପୋଷା କୁକୁର କୁ ଟ୍ୱିଟରର ସିଇଓ ଚେୟାରରେ ବସାଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ ।

ପାଖାପାଖି ୩ଦିନ ପୂର୍ବରୁ ଟ୍ୱିଟରର ଲୋଗୋ ବଦଳିଥିଲା । ଚଢେଇ ସ୍ଥାନରେ କୁକୁରର ଫଟୋ ରଖି ସମସ୍ତ ୟୁଜର୍ସଙ୍କୁ ଚକିତ କରିଦେଇଥିଲେ ମସ୍କ । ଏହାମାତ୍ର ୩ଦିନ ରହିବା ପରେ ପୁଣି ପୁରୁଣା ଲୋଗୋ ଦେଖିବାକୁ ମିଳିଥିଲା । ହେଲେ ଏବେ ବି ୱେବ୍ ଭର୍ସନରେ ଟ୍ୱିଟର ଲୋଗୋ ଭାବେ କୁକୁରର ଫଟୋ ଦେଖିବାକୁ ମିଳିଛି ।