ଟୁଇନସିଟିରେ ପଶ୍ଚିମା ଝଡର ପ୍ରଭାବ, ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର,୬/୪: ଟୁଇନସିଟିରେ ପଶ୍ଚିମା ଝଡର ପ୍ରଭାବରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଅପରାହ୍ନରେ ପବନ ବୋହିବା ସହ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଚାଲିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ଦିନ ବେଳେ ତାତି ବଢୁଥିବା ବେଳେ ହଠାତ୍‌ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ପ୍ରଭାବରେ ଅସହ୍ୟ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।

ସୂଚନାଯୋଗ୍ୟ ଯେ ଆଜି ୧୭ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜକୁ ୱାର୍ଣ୍ଣିଂ ଦିଆଯାଇଛି ।