ଜାପାନରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୬/୪ : ଜାପାନରେ ବସବାସ କରୁଥିବା ଓଡ଼ିଆ  ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି । ତାଙ୍କୁ ଭେଟିବା ସହ ସେମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରବାସୀ ଓଡ଼ିଆମାନଙ୍କ ସହ ସେ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବ‌ସରରେ ଏମ୍‌ଜିଏମ୍‌ ମିନେରାଲ୍‌ସର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଏସ୍‌ଏନ୍‌ ମହାନ୍ତି ମାଇନ୍‌ସ ଗ୍ରୁପ୍‌ର ଏମ୍‌ଡି ପ୍ରବୋଧ ମହାନ୍ତି, ରୁଚିର ମୁଖ୍ୟ ଶରତ ସାହୁ, ଗୁପ୍ତା ପାୱାରର ସିଏମ୍‌ଡି ମହେନ୍ଦ୍ର ଗୁପ୍ତା, ଡିଏନ ଗ୍ରୁପର ସିଏମଡି ଜଗଦିଶ ନାୟକ ଆଦି ବହୁ ଓଡ଼ିଆ ଉଦ୍ୟୋଗୀ ଯୋଗ ଦେଇଥିଲେ।