ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍, ବାଇଡେନ୍ ସରକାରଙ୍କୁ ସମାଲୋଚନା ସହ କହିଲେ ମୁଁ ନିର୍ଦ୍ଦୋଷ

ନୂଆଦିଲ୍ଲୀ,୫/୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ୍ ମିଳିଛି। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା। ଗିରଫର ଘଣ୍ଟାଏ ମଧ୍ୟରେ ମ୍ୟାନହ୍ୟାଟ୍ଟନ୍ କୋର୍ଟ ଟ୍ରମ୍ପଙ୍କୁ ଜାମିନ୍‌ ଦେଲେ । ଏଥିସହ ୧.୨୨ ଲକ୍ଷ ଡଲାରର ଜରିମାନା ପାଇଁ ମଧ୍ୟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜାମିନ୍ ପରେ ଟ୍ରମ୍ପ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ ୨୦୧୬ ମସିହାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧,୩୦, ୦୦୦ ଡଲାର ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।