ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୪: ୩ ଦିନିଆ ଗସ୍ତରେ ଯାଇ ଜାପାନ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଟୋକିଓରେ ନିପନ୍ ଷ୍ଟିଲସର ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଓଡ଼ିଶାରେ ଦୁଇଟି ମେଗା ଷ୍ଟିଲ ପ୍ଲାଂଟ୍ ପାଇଁ ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍ ପୂର୍ବରୁ ସରକାରଙ୍କ ସହ ଏମଓୟୁ କରିଥିଲା । ଏଥିରେ ୯୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହାବାଦ୍ ଜାପାନର ବଡ଼ ବଡ କମ୍ପାନୀର ପ୍ରତିନିଧିିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ବୁଧବାର ହେବାକୁ ଥିବା ଓଡ଼ିଶା ବିଜ୍ନେସ୍ ମିଟରେ ଯୋଗଦେବେ । ସେଠାକାର ପ୍ରବାସୀ ଓଡିଆଙ୍କୁ ଭେଟିବା ସହ ରାତ୍ରୀ ଭୋଜନ କାର୍ଯାକ୍ରମ ରହିଛି ।