ଝାରସୁଗୁଡା ଉପ ନିର୍ବାଚନ ପାଇଁ ୩ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪/୪: ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିଛି । ଦଳର ୩ ଜଣ ନେତାଙ୍କୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ମେ ୧୦ ତାରିଖରେ ପଡିବାକୁ ଯାଉଛି ଝାରସୁଗୁଡା ଉପ ନିର୍ବାଚନ ଭୋଟ୍ । ଏହାର ରେଜଲ୍ଟ ଆସନ୍ତା ମେ ୧୩ ତାରିଖରେ ଆସିବ । ତେବେ ଉପ ନିର୍ବାଚନ ପାଇଁ ଶାସକ ବିଜେଡି ବିରୋଧୀଙ୍କୁ ପଛରେ ପକାଇ ଆଗ ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ନେତା ନବ ଦାସଙ୍କ ଝିଅଙ୍କୁ ଦଳ ପ୍ରାର୍ଥୀ କରିଛି ।