ଦୁନିଆର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପୁଣି ପ୍ରଥମ ସ୍ଥାନରେ ମୋଦୀ

ନୂଆଦିଲ୍ଲୀ,୩/୪: ଦୁନିଆର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପୁଣି ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଛରେ ପଡିଲେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକ । ଏହା ଏକ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି । ଗ୍ଲୋବାଲ ଡିସିଜନ୍ ଇଂଟେଲିଜେନ୍ସ ଫର୍ମ ମର୍ଣ୍ଣିଂ କନସଲ୍ଟ ପ୍ରକାଶ କରିଥିବା ସର୍ଭେ ରିପୋର୍ଟ ଅନୁସାରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ପୁଣି ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ଏହି ଖବର ସେୟାର କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠୁ ଅଧିକ ଲୋକପ୍ରିୟ ନେତା ଏବଂ ସବୁଠୁ ଅଧିକ ପ୍ରସଂସା ପାଉଥିବା ନେତା ମଧ୍ୟ ।