ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ, ୨୧ ମୃତ

ନୂଆଦିଲ୍ଲୀ,୨/୪: ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ ।  ୧୬୫ କିଲୋମିଟର ବେଗର ପବନ ମଧ୍ୟ ବୋହିଛି। ଘର ଛପର ଉଡିଯିବା ସହ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶତାଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି । ଆମେରିକାର ପ୍ରାୟ ୯ ଟି ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନଥଲେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା କୁହାଯାଉଛି । ଆମେରିକାର ୯ ଟି ରାଜ୍ୟର ୧୨ରୁ ଅଧିକ ସ୍ଥାନରେ ଏଭଳି ଘୁର୍ଣ୍ଣିଝଡ ଦେଖିବାକୁ ମଳିଛି ।