ରାଜ୍ୟରେ ଆଗାମୀ ୩ ଦିନ ଧରି ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର, ୩/୧: ରାଜ୍ୟରେ ଆଗାମୀ ୩ ଦିନ ଧରି ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।ଆସନ୍ତା କାଲିଠୁ ୬ ତାରିଖ ଯାଏ ସକାଳେ ହୋଇପାରେ ଘନ କୁହୁଡ଼ି । ଆସନ୍ତାକାଲି ୬ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ଜିଲ୍ଲା ଗୁଡିକ ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକ । ଏନେଇ ପୋଲିସ ଓ ପରିବହନ ବିଭାଗକୁ ସ୍ବତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି। ଏହାସହ ଦୁର୍ଘଟଣା ରୋକିବା ଲାଗି ଯାନବାହନ ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି।