ଜେଲରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ,୩୧/୩: ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶନିବାର ପଟିଆଲା ଜେଲରୁ ମୁକୁଳିବେ । ଏ ସଂପର୍କରେ ଟ୍ବିଟ କରି ସୂଚନା ଦିଆଯାଇଛି । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି ।

ସିଦ୍ଧୁଙ୍କ ଓକିଲ କହିଛନ୍ତି ଯେ ପଞ୍ଜାବ ଜେଲ୍ ମାନୁଆଲ୍ ଅନୁଯାୟୀ ଭଲ ଆଚରଣ କରୁଥିବା ବନ୍ଦୀର ଜେଲଦଣ୍ଡ କୋହଳ କରାଯାଇପାରିବ । ଏହି ଆଧାରରେ ଶନିବାର ଦିନ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ରାଜ୍ୟ ନିର୍ବାଚନରେ ଦଳର ପରାଜୟ ପରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।