ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ

ଭୁବନେଶ୍ୱର,୩/୧: ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ୧୫ ମାର୍ଚ୍ଚ ଯାଏଁ ଚାଲିବ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା । ୧୬ରୁ ୩୧ ମାର୍ଚ୍ଚ ଯାଏଁ  ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା ଚାଲିବ। ୩୦ ଏପ୍ରିଲରେ ସେମିଷ୍ଟାର ପରୀକ୍ଷା ଫଳ ବାହାରିବ। ଫାଇନାଲ ସେମିଷ୍ଟାର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ପାଠପଢା ହେବ। ୧୬ରୁ ୩୧ ଜୁନ ଯାଏଁ ଚାଲିବ ସେମିଷ୍ଟାର ପରୀକ୍ଷା । ଜୁଲାଇ ୧୫ରୁ  ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ବାହାରିବ।