ପୁଣି ବଢିଲା ଓମଫେଡ୍ କ୍ଷୀର ଦର

ଭୁବନେଶ୍ୱର,୩୦/୩: ଓମଫେଡ୍ କ୍ଷୀର ଦର ପୁଣି ବୃଦ୍ଧି ପାଇଛି। ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ ଓମଫେଡ କହିଛି ।

ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୫୦୦ ଏମଏଲ ପ୍ରିମିୟମ କ୍ଷୀର ଓ ଗୋଲ୍ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି । ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି ।