ରାଜ୍ୟରେ ଆଜି ୧୯୨ ଜଣ କରୋନା ପଜିଟିଭ ଚିହ୍ନଟ ଓ ୩ ମୃତ

ଭୁବନେଶ୍ୱର,୩/୧ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୨୪ ଜିଲ୍ଲାରୁ ୧୯୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୯୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୩୦୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪ , ବାଲେଶ୍ୱରରୁ ୩, ବରଗଡ଼ରୁ ୮,  ବଲାଙ୍ଗୀରରୁ ୧୭, ବୌଦ୍ଧ ରୁ ୧, କଟକରୁ ୧୦, ଦେଓଗଡ଼ରୁ ୧, ଢେ଼ଙ୍କାନାଳ ରୁ ୧, ଗଞ୍ଜାମ ରୁ ୧,  ଜଗତସିଂହପୁରରୁ ୨, ଯାଜପୁରରୁ ୯, ଝରସୁଗୁଡ଼ାରୁ ୧୩,  କେନ୍ଦ୍ରାପଡା ରୁ ୯, ଖୋର୍ଦ୍ଧାରୁ ୧୦, କୋରାପୁଟରୁ ୧,  ମୟୁରଭଞ୍ଜରୁ ୯, ନୟାଗଡ଼ରୁ ୧, ନୂଆପଡ଼ାରୁ ୪, ପୁରୀରୁ ୧୩,  ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୬, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ।  ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।