ଅଢେଇ ଘଣ୍ଟା ବିଳମ୍ବରେ ଚାଲିଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନୀତିକାନ୍ତି

ଭୁବନେଶ୍ବର,୨୯/୩:ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି। ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ବ୍ରାହ୍ମଣ ନିଯୋଗ ସମ୍ପାଦକ ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳାକୁ ଏଥିଲାଗି ଦାୟୀ କରିଛନ୍ତି। ଯଦି ଏହି ଭଳି ଭାବେ ବିଳମ୍ବରେ ନୀତି ଚାଲେ, ତେବେ ପହଣ୍ଡି ବିଳମ୍ବ ହେବା ସହ ୫ଟା ବେଳେ ରଥ ଟଣା ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ଘର। ୬ ଦିନ ପାଇଁ ନିଜ ମନ୍ଦିର ଓ ପତ୍ନୀ ଦେବୀ ପାର୍ବତୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମାଉସୀ ଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ।