ନାବାଳକ ଗାଡ଼ି ଚାଳକ ସାବଧାନ ! କଡ଼ାକଡ଼ି ଚାଲିଛି ଗାଡ଼ି ଚେକିଂ

ଭୁବନେଶ୍ୱର,୨୮/୩: ନାବାଳକ ଗାଡ଼ି ଚାଳକ ସାବଧାନ ! ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଗାଡ଼ି ଚେକିଂ ଚାଲିଛି । ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ସ୍ପେଶାଲ ଡ୍ରାଇଭ ଚେକିଂ କରାଯାଉଛି । ତେବେ ଭୁବନେଶ୍ୱରରେ ଚାଲିଥିବା ଏହି ଚେକିଂ ସମୟରେ ଜଣେ ନାବାଳକଙ୍କୁ ୨୫ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିଛି । ପରୀକ୍ଷାକୁ ବିନା ହେଲମେଟରେ ଯିବା ରାସ୍ତାରେ ଧରାପଡ଼ିଛନ୍ତି ନାବାଳକ । ସେହିପରି ଆଜି ସକାଳୁ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦୁଇ ଜଣ ନାବାଳକ ବାଇକ ଚାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିବାକୁ ପଡ଼ିଛି । ଏହା ସହ ବାଇକ ଜବତ କରିଛନ୍ତି ଆଂଚଳିକ ପରିବହନ ଅଧିକାରୀ । ସେହିପରି ସମ୍ବଲପୁର ଚାରବାଟି ଛକରେ ନାବାଳକଙ୍କୁ ୨୫ ହଜାର ଫାଇନ୍ ଗଣିବାକୁ ପଡ଼ିଛି । ଆରଟିଓ ପକ୍ଷରୁ କଡ଼ା ଚେକିଂ ଚାଲିଥିବା ବେଳେ ଧରାପଡ଼ିଛନ୍ତି ନାବାଳକ । ସେହିପରି ହୀରାକୁଦରେ ଜଣେ ନାବାଳକଙ୍କ ଠାରୁ ୨୫ ଜରିମାନା ଆଦାୟ କରିଛି ପୋଲିସ ।