ଦେବୀ ନଦୀରେ ଭାସି ଗଲେ ୩ଜଣ, ଜଣଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,୨୭/୩: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଦେବୀ ନଦୀ ମାଛଗାଁ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ୩ଜଣ ସାଙ୍ଗ ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଆମ୍ବଶାଳ ଗାଁର କ୍ଷୀରୋଦ ବାରିକଙ୍କ ପୁଅ ବବୁଲ ଓରଫ ସତ୍ୟଜିତ ବାରିକ। ତେବେ ଆଉ ୨ ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।