୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ

ଭୁବନେଶ୍ୱର,୨୭/୩: ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଣବ ପ୍ରକାଶ ଦାଶଙ୍କୁ ୪ଜିଲ୍ଲାର ଦାୟିତ୍ୱ ମିଳିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି । ସେହିପରି ବାଲେଶ୍ୱରରେ ପ୍ରତାପ ଦେବ, ବରଗଡରେ ସୁଧୀର ସାମଲ , ଭଦ୍ରକରେ ପ୍ରତାପ ଜେନା, ବଲାଙ୍ଗୀରରେ ସୁଶାନ୍ତ ସିଂହ, ଦେବଗଡରେ ଅମରେଶ ଜେନା, କଟକରେ ପ୍ରଫୁଲ୍ଲ ମଲ୍ଲିକ, ଅନତୁ ସବ୍ୟସାଚ୍ଚୀଙ୍କୁ ଗଜପତି ଓ ରାୟଗଡା ଦାୟିତ୍ୱ ମିଳିଛି ।

ଏହାସହ ଜଗତସିଂହପୁରରେ ଅରୁଣ ସାହୁ, କନ୍ଧମାଳରେ ବିଜୟ ନାୟକ, କେନ୍ଦ୍ରାପଡାରେ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧାରେ ରବୀନ୍ଦ୍ର ଜେନା , ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ୱ ମିଳିଛି । ନବରଙ୍ଗପୁରରେ ଈଶ୍ୱର ପାଣିଗ୍ରାହୀ, ନୟାଗଡ଼ରେ ପଦ୍ମନାଭ ବେହେରା, ନୂଆପଡାରେ ସ୍ନେହାଙ୍ଗିନୀ ଛୁରିଆ, ପୁରୀରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ସୁନ୍ଦରଗଡରେ ପ୍ରୀତିରଞ୍ଜନ ଘଡେଇ, କଳାହାଣ୍ଡି ରେ ପ୍ରଣବ ବଳବନ୍ତରାୟ, ଗଞ୍ଜାମରେ ପ୍ରଦୀପ ଅମାତ. ବୌଦ୍ଧରେ ସୌଭାଗ୍ୟ ନାୟକଙ୍କୁ ଦାୟିତ୍ୱ । ଅନ୍ୟପକ୍ଷରେ ଯାଜପୁରରେ ଅଶୋକ ପଣ୍ଡା, ଝାରସୁଗୁଡାରେ ସାରଦା ନାୟକ , ମୟୂରଭଞ୍ଜରେ ପ୍ରଶାନ୍ତ ମୁଦୁଲି ଏବଂ ସୁବର୍ଣ୍ଣପୁରରେ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।