ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଉଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୬/୩: ଏବେ କେତେ ଦିନ ହେବ ଜଣେ ଅଜଣା ବ୍ୟକ୍ତି ବାରମ୍ବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେବାରେ ଲାଗିଥିଲା । ଏହାକୁ ନେଇ ସଲମାନ ଖାନ ପୋଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସଲମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ରାଜସ୍ଥାନର ଯୋଧପୁରରୁ ଗିରଫ କରିଛି ।  ଅଭିଯୁକ୍ତ ଜଣଙ୍କ ଇ-ମେଲ ସହାୟତାରେ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲା ।