ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୬/୩:ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଆକାଂକ୍ଷା ଭଦୋହୀ ଜନପଥ ପରସୀପୁରରେ ବାସିନ୍ଦା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଥିଲେ ଆକାଂକ୍ଷା ।ସେ ‘ବୀରୋ କେ ବୀର’ ଓ ‘କସମ ପୈଦା କରନେ ୱାଲେ କି-୨’ ଫିଲ୍ମରେ ଅଭିନୟ କରିଥିଲେ । ସେ କାହିଁକି ଏପରି କରିଛନ୍ତି , ତାହା ଅସ୍ପଷ୍ଟ ରହିଚି ।