ଆଜିଠୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା, ୪ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର,୨୬/୩: ଆଜିଠୁ ପୁଣିଥରେ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆଜି ଏବଂ ଆସନ୍ତାକାଲି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଳକନ କରାଯାଇଛି । ଆଜି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ୫୦ କିଲୋମିଟର ବେଗରେ ପବନ ବହିବ ।

କିଛି ସ୍ଥାନରେ କୁଆପଥର ମାଡ ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ମୟୁରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଓ ଗଜପତି ଜିଲ୍ଲା କିଛି ଅଂଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ୪ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଆସନ୍ତାକାଲି ସମଗ୍ର ଉପକୂଳ ଏବଂ ଆଖପାଖ ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ହେବ ।