ସ୍କୁଲ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର, ୨/୧:ସ୍କୁଲ ପାଇଁ ଗାଇଡଲାଇନ ଜାରି ହୋଇଛି।
ସ୍କୁଲ ପରିସରର ସାଧାରଣ ସ୍ଥାନ ଗୁଡ଼ିକୁ ବାରମ୍ବାର ସାନିଟାଇଜ କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ। ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ମିଳିବ ନାହିଁ।ଯେବେ ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ ସେନେଇ ଏସଓପି ଜାରି କରାଯିବ।
ସେହିପରି ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ମିିଳିଛି। ଅବରୋଧ ଅଞ୍ଚଳ ଭିତରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ସ୍କୁଲ ମନା କରାଯାଇଛି। ଅବରୋଧ ଅଞ୍ଚଳ ଘୋଷଣା ହେଲେ ସ୍କୁଲ ତୁରନ୍ତ ବନ୍ଦ ହେବ।