ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଭୁବନେଶ୍ୱର,୨୫/୩: ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି। ଏଠାରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। କଣ୍ଟାବାଞ୍ଜିରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଏହାଛଡ଼ା ବ୍ୟାଙ୍କ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ଜରୁରୀ କାଳୀନ ସେବା ଏବଂ ଯେଉଁ ସ୍କୁଲ କଲେ ରେ ପରୀକ୍ଷା ଚାଲୁଛି ତାହାକୁ ବନ୍ଦରୁ ବାଦ ଦିଆଯାଇଛି। ବନ୍ଦ ପାଳନରେ ସହରର ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ବି ସାମିଲ ହୋଇଥିବା ଜଣାଯାଇଛି।