ଚିନ୍ତାରେ ଗ୍ରାହକ, ବଢୁଛି ସୁନା ଦର: ଜାଣନ୍ତୁ ଆଜି କେତେ ରହିଛି ଦାମ

ନୂଆଦିଲ୍ଲୀ,୨୪/୩: ଏବେ ସୁନା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ଲଗାତର ସୁନାଦର ବଢିବାରେ ଲାଗିଛି । ଦୈନିକ ପ୍ରାୟ ଦୁଇଶହ ଟଙ୍କା ସୁନା ଦର ବଢୁଥିବାରୁ ଗ୍ରାହକଙ୍କ ଚିନ୍ତା ବଢିଛି । ୧୦ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୯ ହଜାର ୭୮୩ ଟଙ୍କା ରହିଛି । ଅନ୍ୟ ପକ୍ଷରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି । ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ।

ସୂଚନାଯୋଗ୍ୟ ଯେ ଖାଲି ସୁନା ନୁହେଁ, ଗତ ସପ୍ତାହକ ମଧ୍ୟରେ ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ବଢ଼ିଯାଇଛି । ମାର୍ଚ୍ଚ ୧୨ରେ ରୁପା କିଲୋ ୬୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୭୦ ହଜାରରୁ ଅଧିକ ଟଙ୍କାରେ ପହଞ୍ଚିଛି ।