ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

କଟକ,୨୪/୩: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଖାତା ମୂଲ୍ୟାୟନ ଏପ୍ରିଲ ୩ରୁ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟ‌ନ ପାଇଁ ଚୟନ କରାଯାଇଥିବା ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକ, ସ୍କ୍ରୁଟିନାଇଜରମାନଙ୍କ ନିଯୁକ୍ତିପତ୍ର ବୋର୍ଡ ୱେବସାଇଟ www.bseodisha.ac.inରେ ଅପଲୋଡ୍ କରାଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ସ୍କୁଲ ଆଇଡି, ପାସ୍ ୱାର୍ଡ ବ୍ୟବହାର କରି ଲଗ୍ ଇନ କରିବା ପରେ ପରୀକ୍ଷକ ଓ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କ ନିଯୁକ୍ତିପତ୍ରକୁ ଡାଉନଲୋଡ୍ କରି ପାରିବେ।