ବଢୁଛି କରୋନା: ପ୍ରଧାନମନ୍ତ୍ରୀ ପଞ୍ଚସୂତ୍ରୀ ଯୋଜନାକୁ ଦେଲେ ଗୁରୁତ୍ୱ

ନୂଆଦିଲ୍ଲୀ,୨୩/୩: ଦେଶରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂକ୍ରମଣ ମୁକାବିଲା ଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକରେ ମୋଦୀ ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଭାକ୍ସିନେସନ୍-କୋଭିଡର ଉପଯୁକ୍ତ ବ୍ୟବହାର ଆଦି ୫ ସୂତ୍ରୀ ଯୋଜନାକୁ ଗୁରୁତ୍ୱ ଦେଇଥିଲେ । ନମୁନାର ଜିନୋମ୍ ସିକ୍ୱେନ୍ସିଂ ବଢାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ନୂଆ ଭାରିଆଣ୍ଟକୁ ଶୀଘ୍ର ଚିହ୍ନଟ କରାଯାଇପାରିବ । ଏହାକୁ ରୋକିବାକୁ ଆଗୁଆ ପଦକ୍ଷେପ ନିଆଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସତର୍କତାର ସହ ସଂକ୍ରମଣକୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ ବୋଲି କହିଛନ୍ତି ମୋଦୀ ।