ଅଭିନେତ୍ରୀ ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା, ଖାରଜ ହେଲା ରିଟ୍ ଆବେଦନ

ଭୁବନେଶ୍ୱର,୨୩/୩: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ବର୍ଷାଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା । ଗତବର୍ଷ ଅନୁଭବ ଓ ବର୍ଷାଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନରଖିବାକୁ କୋର୍ଟଙ୍କ ପକ୍ଷରୁ ତାଗିଦ କରାଯାଇଥିଲା । କେହି କାହା ବିରୋଧରେ ଯେଉଁଭଳି ମନ୍ତବ୍ୟ ନଦିଅନ୍ତି ସେ ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କୌଣସି ଭିଡ଼ିଓ ପୋଷ୍ଟ ନକରିବାକୁ ମଧ୍ୟ ଅନୁଭବଙ୍କୁ କୋର୍ଟ ତାଗିଦ୍ କରିଥିଲେ । ହେଲେ ପୁଣିଥରେ ଅନୁଭବ ବର୍ଷାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ଷା ତାଙ୍କ ଜୀବନରୁ ଚାଲିଯିବାକୁ ପୋଷ୍ଟ କରି ଅନୁରୋଧ କରିବା ସହ ତାଙ୍କ ପରିବାରକୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ଅନୁରୋଧ କରି ପୋଷ୍ଟ କରିଥିଲେ ଅନୁଭବ ।