ଭୂମିକମ୍ପରେ ଥରିଲା ପାକିସ୍ତାନ, ୯ ମୃତ

ନୂଆଦିଲ୍ଲୀ,୨୨/୩: ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ଏଠାରେ ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନଠାରୁ ୧୮୦ କିଲୋମିଟର ଦୂରରେ ଥିଲେ ବି ଏଥିରେ ପାକିସ୍ତାନର ଲାହୋର, ଇସ୍ଲାମାବାଦ, ରାୱଲପିଣ୍ଡି, କ୍ୱେଟା, ପେଶାୱର, କୋହାଟ ସମେତ ଅନ୍ୟ କିଛି ସହର ଦୋହଲିଯାଇଥିଲା । ଲୋକେ ପ୍ରାଣ ବିକଳରେ ଘର ବାହାରକୁ ଦୌଡି ପଳାଇଆସିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏହି ଭୂମିକମ୍ପରେ ଉତ୍ତରଭାରତର ଦିଲ୍ଲୀ ସମେତ ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି ।