ଭାରତର ପ୍ରଥମ ମହିଳା ଖେଳାଳି ଯାହାଙ୍କ ନାମରେ ନାମିତ ହେଲା ହକି ଷ୍ଡାଡିୟମ

ନୂଆଦିଲ୍ଲୀ,୨୧/୩: ଭାରତର ପ୍ରଥମ ମହିଳା ଖେଳାଳି ଯାହାଙ୍କ ନାମରେ ହକି ଷ୍ଡାଡିୟମ ନାମିତ ହୋଇଛି। ରାଏବରେଲି ହକି ଷ୍ଡାଡିୟମକୁ ଭାରତୀୟ ହକି ଦଳର ଷ୍ଟାର ହକି ଖେଳାଳି ରାଣୀ ରାମପାଲଙ୍କ ନାମରେ ନାମିତ କରାଯାଇଛି। ଏମସିଏଫ ରାଏବରେଲି ହକି ଷ୍ଡାଡିୟମର ନାମ ବଦଳାଇ ‘ରାଣୀ ଗାର୍ଲସ ହକି ଟର୍ଫ’ କରି ଦିଆଯାଇଛି।

ରାଣୀ ତାଙ୍କ ଟୁଇଟରରେ ଲେଖିଛନ୍ତି ଖୁସି ଓ କୃତଜ୍ଞତା ବ୍ୟକ୍ତ କରିବାକୁ ମୋର ପାଖରେ ଶବ୍ଦ ନାହିଁ। ରାଣୀ ରାମପାଲ ଜଣେ ଭାରତୀୟ ହକି ଖେଳାଳି । ୨୦୧୦ ବିଶ୍ୱକପରେ ସେ ମାତ୍ର ୧୫ ବର୍ଷ ବୟସରେ ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲେ ।