ରାଜ୍ୟରେ ଆଉ ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧/୩: ରାଜ୍ୟରେ ଆଉ ୪ ଦିନ ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଂଟା ପରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଏହା ପରେ ରାଜ୍ୟରେ ଖରା ବଢିବା ସହ ଗରମ ମଧ୍ୟ ବଢିବ । ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନ ତାପମାତ୍ରା ୩୨ ଡିଗ୍ରୀ ଓ ରାତିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ରହିବ । ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ କପ୍ତିପଦାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଯାଜପୁର ଓ ଭୁବନେଶ୍ୱର ସମେତ ଗୁଣପୁର, ଟିଟିଲାଗଡ଼, ବଲାଙ୍ଗୀର, କଟକରେ ବର୍ଷା ସହ କୁଆପଥର ମାଡ ହୋଇଛି ।