ମହାପ୍ରଭୁଙ୍କ ପାଖେ ଲାଗି ହେବ ପଖାଳ ଭୋଗ

ଭୁବନେଶ୍ୱର,୨୦/୩: ଆଜି ପଖାଳ ଦିବସ । ପଖାଳ ଖାଲି ଓଡ଼ିଆଙ୍କ ପ୍ରିୟ ନୁହେଁ ବରଂ ମହାପ୍ରଭୁନ୍କ ପକ୍ଷ ମଧ୍ୟ ପଖାଳ ସମର୍ପଣ କରାଯାଏ । ମହାପ୍ରଭୁଙ୍କ ପାଖରେ ମଲ୍ଲିଫୁଲିଆ ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ । ପଖାଳ ସଂସ୍କୃତିରୁ ଟଙ୍କ ତୋରାଣି ସୃଷ୍ଟି ହୁଏ । ଆଜି ପଖାଳ ଦିବସ ଉପଲକ୍ଷେ ମହାପ୍ରଭୁଙ୍କ ପାଖେ ଲାଗି ହେବ ପଖାଳ ଭୋଗ । ସେପଟେ ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି । ଚୈତ୍ର- କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।